ସେପ୍ଟେମ୍ବର ସୁଦ୍ଧା ମିଳିବ ନୂଆ ରାସନ କାର୍ଡ଼ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନୂଆକରି ରାସନ କାର୍ଡ଼ ପାଇବାକୁ ୧୦ ଲକ୍ଷ ଲୋକ ଆବେଦନ କରିସାରିଲେଣି । ସେମାନଙ୍କୁ ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ଼ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବେବି ନୂଆ କାର୍ଡ଼ ପାଇଁ ଆବେଦନ ଜାରି ରହିଛି ବୋଲି ବିଧାନସଭାରେ ସେ କହିଛନ୍ତି ।