ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନର ଏକ ରେଳ ୱାଗନରୁ ୧୨ଟି ଅଫୁଟା ବୋମା ଜବତ । ତେବେ ୱାଗନରେ କେଉଁଠୁ ଆସିଲା ବୋମା ସେ ନେଇ ଚାଲିଛି ଯାଞ୍ଚ । ବୋମା ସଇଁତଲା ବଡ଼ମାଳ ଗୋଳାବାରୁଦ କାରଖାନାର ହୋଇଥିବା ସୂଚନା । ସଇଁତଳା ଗୋଳାବାରୁଦ କାରଖାନାକୁ ବୋମା ଫେରାଇ ଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ରେଳ ୱାଗନକୁ କିଭଳି ବୋମା ଆଣିଲା ଏବଂ କିଏ ବୋମା ଆଣିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଏଥିରେ କାହା ସମ୍ପୃକ୍ତି ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଏ ନେଇ କୌଣସି ଅଭିଯୋଗ ହୋଇନାହିଁ ।
ରେଳ ୱାଗନରେ ବୋମା ମିଳିବା ନିହାତି ଭାବେ ଏକ ଚିନ୍ତାଜନକ ବିଷୟ । ଟ୍ରେନରେ ବିସ୍ଫୋରଣ କରିବା ଯୋଜନାରେ ଷଡଯନ୍ତ୍ରକାରୀ ବୋମା ରଖିିଥିବା ସନ୍ଦେହ କରାଯାଉଛି । କଣ୍ଟାବାଞ୍ଜି ମାଓପ୍ରବଣ ଇଲାକା ହେବା କାରଣରୁ ଘଟଣାକୁ ଗୁରୁତର ସହ ନିଆଯାଉଛି ।