ଭୁବନେଶ୍ୱର : ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଣିଛି । ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା ରହିଛି । ନୂଆପଡା ଓ ଛତିଶଗଡ଼ ଗରିଆବନ୍ଧ ସୀମା କୁଲାରିଘାଟ ଜଙ୍ଗଲରେ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ଚଳପତି ସମେତ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲା ନିଆଳି କୁଲାଶ୍ରୀର ବୋଲି ଜଣାପଡିଛି । ଏହି ନକ୍ସଲର ନାମ ଆଲୋକ ଓରଫ ମୁନ୍ନା ହୋଇଥିବାବେଳେ ତା’ ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।
ପୂର୍ବରୁ ଟପ୍ ମାଓନେତା ତଥା ସେଣ୍ଟ୍ରାଲ କମିଟି ମେମ୍ବର ଚଲପତିର ମୃତ୍ୟୁ ସ୍ପଷ୍ଟ ହୋଇଥିଲା । ଏବେ ୧୨ ଜଣଙ୍କ ପରିଚୟ ମିଳିଛି। ଏନ୍ କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଓଡ଼ିଆ ଚିହ୍ନଟ ହୋଇଛନ୍ତି । ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ ରହୁଥିଲେ।
୪ ଦିନ ତଳେ ଓଡ଼ିଶା-ଛତିଶଗଡ଼ ସୀମାରେ ସଫଳ ମାଓ ବିରୋଧୀ ଅପରେସନ ହୋଇଥିଲା । ଏହାପରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଏହାସହ ସ୍ବତନ୍ତ୍ର ସଶସ୍ତ୍ର ପୋଲିସ ମୁତୟନ ପାଇଁ କୁହାଯାଇଛି । ନକ୍ସଲମାନଙ୍କ ଉପରେ ନଜର ରଖିବାକୁ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଡ୍ରୋନର ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ଡିଜିପ ।