ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା। ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଉଡ଼ାଣ ଭରିବା ସମୟରେ ଜଳିଗଲା ବିମାନ। ବିମାନରେ ୧୯ ଜଣ ଯାତ୍ରୀ ଓ କର୍ମଚାରୀ ରହିଥିବା ବେଳେ ୧୮ଜଣଙ୍କର ମୁତ୍ୟୁ ହୋଇଛି । ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି। କାହିଁକି ନେପାଳରେ ଏମିତି ବିମାନ ଦୁର୍ଘଟଣା ଘଟୁଛି ତାକୁ ନେଇ ପ୍ରଶ୍ନ ଉଠିଛି।ବୁଧବାର
ସକାଳ ୧୧,୧୦ ମିନିଟ୍ ନେପାଳର ତ୍ରିଭୁବନ ଆନ୍ତର୍ଜାତୀୟ ବିମାନବନ୍ଦରୁ ଉଡ଼ାଣ ଭରିଥିଲା ସୂର୍ୟ୍ୟ ଏୟାରଲାଇନ୍ସର ବିମାନ ବୋମ୍ବାଡିୟର ସିଆରଜେ ୨୦୦। ଏହି ଘରୋଇ ବିମାନରେ ଥିଲେ ୧୭ ଜଣ ଯାତ୍ରୀ ଓ ଦୁଇ କ୍ରିଉ ସଦସ୍ୟ। ବିମାନରେ ଥିବା ସମସ୍ତ ଯାତ୍ରୀ ପର୍ୟ୍ୟଟକ ଥିଲେ, ବୁଲିବାକୁ ଯାଉଥିବାରୁ ସମସ୍ତେ ବେଶ ଖୁସୀ ଥିଲେ। କିନ୍ତୁ ବିମାନଟି ଉଡାଣ ଭରିବାର ଦୁଇ ମିନିଟ୍ ମଧ୍ୟରେ ଦୁର୍ଘଟଣାର ଶୀକାର ହୋଇଥିଲା। ଚାହୁଁଚାହୁଁ ବିମାନରେ ନିଆଁ ଲାଗିଯାଇଥଲା। ଆଉ ନିମିଷକ ମଧ୍ୟରେ ସବୁ ବମାନଟି ପୋଡି ଜଳି ପାଉଁଶ ହୋଇଯାଇଥିଲା। ବିମାନର ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। କେବଳ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି।
ନେପାଳ ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା
Leave a comment