ଶୃଙ୍ଖଳିତ ହେବ ପୁରୀ ଆନନ୍ଦବଜାର । ପୁରୀ ଶ୍ରୀମନ୍ଦିରରେ ମୁତୟନ ହେଲେ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାରରେ ସଂସ୍କାର ଆଣିବା ଲାଗି ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ୨ଟି ସିଫ୍ଟରେ ଆନନ୍ଦବଜାର ଜଗିବେ ସେନା କର୍ମଚାରୀ । ପ୍ରଥମ ସିଫ୍ଟରେ ୧୦ ଜଣ ସକାଳ ୬ଟାରୁ ୨ଟା ଓ ଦ୍ବିତୀୟ ସିଫ୍ଟରେ ଆଉ ୧୦ ଜଣ ରାତି ୧୦ଟା ପର୍ଯ୍ୟନ୍ତ ଜଗିବେ । ଆନନ୍ଦବଜାରରେ ବାସି ଅଭଡା ଏବଂ ଏଣେ ତେଣେ ବସି ମହାପ୍ରସାଦ ବିକ୍ରି କରିବା ଏବଂ ମହାପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦ ବିକ୍ରି ଉପରେ ନଜର ରଖିବେ ଅବସର ପ୍ରାପ୍ତ ସେନା କର୍ମଚାରୀ l ଏମାନଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ ମଧ୍ୟ ଲାଗୁ କରାଯାଇଛି ।
ସୁଆର ଓ ମହାସୁଆର ସେବାୟତ ଅବଢା ବିକ୍ରି କରିପାରିବେ । ତାବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଅବଢା ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହିତ ଭକ୍ତଙ୍କୁ କିପରି ସୁଲଭ ଦରରେ ଅବଢା ମିଳିପାରିବ । ସେଥିପ୍ରତି ନିୟୋଜିତ ହୋଇଥିବା ସେନା କର୍ମଚାରୀମାନେ ମଧ୍ୟ ଧ୍ୟାନ ଦେବେ । ସେହିପରି ଶ୍ରୀମନ୍ଦିର ଭିତରେ ପଲିଥିନ୍ ବ୍ୟବହାର ଉପରେ ନଜର ରଖିବେ ।