ଏକ ସର୍ଭେ ରୁ ଜଣାପଡ଼ିଛି ଯେ ୨୦୨୪ ଲୋକସଭା ନିର୍ବାଚନ ଅତିତର ସମସ୍ତ ରେକର୍ଡ଼ କୁ ଭାଙ୍ଗିବା ସହ ବିଶ୍ୱ ର ସବୁଠାରୁ ମହଙ୍ଗା ନିର୍ବାଚନ ରେ ପରିରତ ହେବାକୁ ଯାଉଛି । ଆନୁମାନିକ ଦେୟ ୧.୩୬ ଲକ୍ଷ କୋଟି ଟଙ୍କାରେ ପଂହଞ୍ଚିବ ବୋଲି ଆକଳନ କରାଯାଇଛି । ଯାହା ୨୦୧୯ ର ଖର୍ଚ୍ଚ ହୋଇଥିବା ୬୦ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ସେଣ୍ଟର ଫର ମିଡ଼ିଆ ଷ୍ଟଡ଼ି ର ଅଧକ୍ଷ ଭାଷ୍କରା ରାଓ କହିଛନ୍ତି । ୭୨ ବର୍ଷ ମଧ୍ୟରେ ୧୨ ହଜାର ଗୁଣା ବଢିଛି ନିର୍ବାଚନୀ ଖର୍ଚ୍ଚ । ଆମେରିକା ଠାରୁ ଭାରତ ର ଖର୍ଚ୍ଚ ଅଧିକ ରହିଛି ।