ଦେଶରେ ଚାକିରୀ ସମସ୍ୟା ଏକ ବଡ଼ ସମସ୍ୟା… ଚାକିରୀ ପାଇଁ ଦେଶରେ ଚିନ୍ତାରେ ଅଛନ୍ତି ଯୁବସମାଜ.. କିନ୍ତୁ ଆଉ କିଛି ବର୍ଷରେ ଦୂର ହେବ ଏହି ସମସ୍ୟା..ଦକ୍ଷତାକୁ ବୃଦ୍ଧି କରିବାରେ ପିଲାଙ୍କୁ ମିଳିବ ସୁବର୍ଣ୍ଣ ସୁଯୋଗ..ଦେଶର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ପୁଣି ଏକ ବଡ଼ ଯୋଜନା କରୁଛନ୍ତି । ଆସନ୍ତା ୨୦୨୫ ବର୍ଷ ସୁଦ୍ଧା ଦେଶର ୧ କୋଟି ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣଶିପ କରିବେ । ଛାତ୍ରଛାତ୍ରୀଙ୍କର ପୁସ୍ତକଗତ ଜ୍ଞାନ ସହିତ ଦକ୍ଷତା ବିକାଶ ହେବା ଦରକାର । ସେଥିପାଇଁ ଇଣ୍ଟର୍ଣ୍ଣଶିପ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ଦକ୍ଷତାର ବିକାଶ କରାଯିବ