ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ । ଏକ ଯାତ୍ରୀବାହୀ ବସ୍କୁ ଅଟକାଇ ଅତର୍କିତ ଗୁଳି ମାଡ କଲେ ଆତଙ୍କୀ । ଆତଙ୍କୀଙ୍କ ଗୁଳିମାଡରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲୁଚିସ୍ତାନର ମୁସାଖାଇଲ ଅଞ୍ଚଳର ରାରାଶାମରେ ଆତଙ୍କବାଦୀ ଏହି କାଣ୍ଡ ଭିଆଇଛନ୍ତି। ଯାତ୍ରୀଙ୍କ ଗୁଳିମାଡ ପରେ ବିଭିନ୍ନ ଗାଡିରେ ଆତଙ୍କୀ ନିଆଁ ଲଗାଇ ଦେଇଥିବା ସେଥାନୀ ପୋଲିସ୍ ଅଧୀକ୍ଷକ କହିଛନ୍ତି । ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଉଛି । ପଞ୍ଜାବକୁ ବାଲୁଚିସ୍ତାନ ସହ ସଂଯୋଗ କରୁଥିବା ଏକ ରାଜପଥରେ ଆତଙ୍କବାଦୀମାନେ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇ ଯାତ୍ରୀ ମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏଥିରେ 23 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି। ପଞ୍ଜାବକୁ ଯାଉଥିବା ଗାଡି ଗୁଡିକୁ ଅଟକାଇ ଯାଞ୍ଚ କରିବା ବାହାନାରେ ଆତଙ୍କି ଗୁଳିବର୍ଷା କରିଥିଲେ ।