୨୯ ଜୀବନ ନେଇଛି ବିଷାକ୍ତ ମଦ। ଏହା ସହିତ ବିଷାକ୍ତ ମଦ ପିଇ ୬୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏଭଳି ଘଟଣା ଘଟିଛି ତାମିଲନାଡୁର କାଲ୍ଲାକୁରିଚି ଜିଲାରେ। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ମଦ ଯୋଗାଣକାରୀ କାନ୍ନୁକୁଟ୍ଟୀ ଏବଂ ତାଙ୍କ ଭାଇ ତଥା ମଦ ବିକ୍ରେତା ଦାମୋଦରନଙ୍କୁ ଗିରଫ କରିଛି। ମିଥାନଲ ମିଶ୍ରିତ ମଦ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ରାଜ୍ୟ ସରକାର ଘଟଣାର କ୍ରାଇବବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।