ଯାଜପୁର:ମଧୁବୈଶ୍ୟ ସମାଜ ବ୍ୟାସନଗର ଶାଖା ଆନୁକୁଲ୍ୟରେ ଦ୍ଵିତୀୟ ବାର୍ଷିକ ଶ୍ରୀ ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ୟାସନଗର, ଦାନଗଦି, ସୁକିନ୍ଦା, କୋରେଇ ଓ ଧର୍ମଶାଳା ବ୍ଲକ୍ ର ୪ ଶହ ରୁ ଅଧିକ ମଧୁ ବୈଶ୍ୟ ପରିବାର ସାମିଲ ହୋଇଥିଲେ l
ଦଳା ସ୍ଥିତ ନନ୍ଦିଘୋଷ ଟ୍ରେଡର୍ସ୍ ପରିସରରେ ଥିବା ପୂଜା ମଣ୍ଡପରେ ସହର ର ବିଶିଷ୍ଠ ବ୍ୟକ୍ତି ବିଶେଷ ଙ୍କ ସହିତ କୋରେଇ ବିଧାୟକ ଆକାଶ ଦାସ ନାୟକ ପହଁଞ୍ଚି ସହରରେ ମଧୁ ବୈଶ୍ୟ ସମାଜ ର ଭାଇଚାରା କୁ ଖୁବ୍ ପ୍ରଶଂସା କରିଥିଲେ l
ଜିଲା ସଭାପତି ବସନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ବିଧାୟକ ଶ୍ରୀ ଦାସ ନାୟକଙ୍କ ସହିତ ଧର୍ମଶାଳା ଶାଖା ସଭାପତି ଡା ରଘୁନାଥ ପାତ୍ର ପ୍ରମୂଖ ଅତିଥି ଭାବେ ଯୋଗଦାନ କରିଥିଲେ l
ଜିଲା ସଂଯୋଜକ ଧୀରେନ୍ଦ୍ର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରବିବାର ଦିନ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ଯକ୍ରମ ରେ ବ୍ୟାସନଗର ଶାଖା ସଭାପତି ପ୍ରତାପ ଚନ୍ଦ୍ର ପାତ୍ର ଓ ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ସାହୁ, ବୈରାଗୀ ଚରଣ ସାହୁ, ବୀରକିଶୋର ସାହୁ, ବିଷ୍ନୁ ଚରଣ ସାହୁ, ଶ୍ରୀନିବାସ ସାହୁ, ଭକ୍ତ ଚରଣ ସାହୁ, ଅରୁଣ ସାହୁ, ପ୍ରଶାନ୍ତ କୁମାର ସାହୁ, ରାମଚନ୍ଦ୍ର ସାସମଲ ଓ ବଳରାମ ସାହୁ ଙ୍କ ସମେତ ବ୍ୟାସନଗର ଶାଖା ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
ବ୍ୟାସନଗର ମଧୁବୈଶ୍ୟ ସମାଜ ର ଦ୍ଵିତୀୟ ବାର୍ଷିକ ଶ୍ରୀ ଗଣେଶ ପୁଜା ଓ ପାରିବାରିକ ବନ୍ଧୁ ମିଳନ
Leave a comment