ନିଳଗିରି, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ ଦଳର ପ୍ରାର୍ଥୀ ଘୋଷଣା କରିନାହିଁ । ଗତ କାଲି ସୁଦ୍ଧା କଂଗ୍ରେସ ୧୨୨ ଆସନରେ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି ହେଲେ ଏହି ୩ଟି ଆସନ ପାଇଁ ଘୋଷଣା କରିନାହିଁ । ବିଜେଡ଼ି ଓ ବିଜେପି ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏହିପରି ବିଜେଡ଼ି ଯାଜପୁର ଲୋକସଭା ଆସନ ଅନ୍ତର୍ଗତ କୋରେଇ, ବଡ଼ଚଣା ,ଏବଂ ବରୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଏଯାଏଁ କିଏ ହେବେ ଦଳର ପ୍ରାର୍ଥୀ ଘୋଷଣା କରିନାହିଁ ।