ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭା କ୍ଷେତ୍ର ଏବଂ ଏହାର ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଜାରି ରହିଛି। ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ବର ଲୋକସଭା କ୍ଷେତ୍ରରେ ୫୪.୦୪ ପ୍ରତିଶତ ମତଦାନ ହୋଇଛି। ସେହିପରି ଭଦ୍ରକରେ ୪୬.୩୩, ଜଗତସିଂହପୁରରେ ୫୨.୫୨ ଯାଜପୁରରେ ୪୮.୮୦, କେନ୍ଦ୍ରାପଡ଼ାରେ ୪୬.୪୬ ଓ ମୟୂରଭଂଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଯଥା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର।