ଛତିଶଗଡ଼: ସୁରକ୍ଷାକର୍ମୀ-ନକ୍ସଲ ମହୁଁମୁହିଁ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ମାଓବାଦୀ ନିହତ । କାଙ୍କେର-ନାରାୟଣପୁର ସୀମା ଅବୁଝମଧ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ୫ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଗୁଳିରେ ୨ ଯବାନ ମଧ୍ୟ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେବି ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁସାରେ, ଛତିଶଗଡ଼ ଜିଲ୍ଲା କାଙ୍କେର-ନାରାୟଣପୁର ସୀମାବର୍ତ୍ତୀ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସୁରକ୍ଷାକର୍ମୀ ଏବଂ ପୋଲିସଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ପୋଲିସ କ୍ୟାମ୍ପ ନିକଟକୁ ଆସୁଥିବା ଦେଖି ନକ୍ସଲମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଯବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲେ । ପରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ । ଅନ୍ୟପଟେ ସୁରକ୍ଷାକର୍ମୀ ଏବଂ ପୋଲିସଙ୍କ ସର୍ଚ୍ଚ ଅପରେସନରେ ଘଟଣାସ୍ଥଳରୁ ୫ ନକ୍ସଲଙ୍କ ମୃତଦେହ ମିଳିଛି ।