ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ଓଡିଶାର ୫ ଜଣ । ଏମାନେ ହେଲେ ମୟୁରଭଞ୍ଜ ବାରିପଦାର ବିଶ୍ୱେର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ ଅଛନ୍ତି । ଉଦ୍ଧାର ପରେ ସଂପୃକ୍ତ ପରିବାରକୁ ଫୋନ କରି ଜଣାଯାଇଥିଲା । ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହର ଖେଳିଯାଇଛି । ନବରଙ୍ଗପୁର ଓ ବାରିପଦାରେ ଉତ୍ସବ ପାଳନ କରିଛନ୍ତି ଗାଁ ଓ ପରିବାର ଲୋକେ । ଉଦ୍ଧାର କାମରେ ତଦାରଖ ପାଇଁ ମନ୍ତ୍ରୀ ସାରଦା ନାୟକ ଯାଇଥିଲେ । ୫ ଜଣ ଶ୍ରମିକ ଉଦ୍ଧାର ହେବା ପରେ ସେ ଖୁସି ପ୍ରକାଶ କରିଛନ୍ତି ।ଲୋକେ ବାଣ ଫୁଟାଇ , ପାରମ୍ପରିକ ନାଚ ଗୀତ ମାଧ୍ୟମରେ ଖୁସି ଜାହିର କରିଥିଲେ । ଉଦ୍ଧାର ପରେ ଟ୍ୱିଟ୍ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତରାଖଣ୍ଡର ସିଲକ୍ୟାରା ଟନେଲ୍ରେ ଫସିଥିବା ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପରେ ଖୁସି ଆଶ୍ୱସ୍ତ ହୋଇଛନ୍ତି ନବୀନ । ଏହି ମାରାଥନ ଅପରେସନ୍ରେ ନିୟୋଜିତ ଏଜେନ୍ସି, ରେସ୍କ୍ୟୁ ଟିମ୍ ଓ ଇଞ୍ଜିନିୟରମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦ୍ଧାର ପରେ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ଉତରକାଶୀରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜାଣି ଖୁସି ଓ ଆଶ୍ୱସ୍ତ ।