ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ନେତା ଓ ସାଂସଦ ମାନଙ୍କୁ ଆଲର୍ଟ ହୋଇଥିବା ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ନୋଟିସ ଜାରି କରାଯାଇଛି । ଗତ ଲୋକସଭାରେ ସେମାନଙ୍କୁ କେନ୍ଦ୍ରୀୟ ଆବାସ ଏବଂ ସହରୀ ମନ୍ତ୍ରାଳୟ ତରଫରୁ ପ୍ରଦାନ କରା ଯାଇଥିବା ବେଳେ ବର୍ତ୍ତମାନ ଏହି ବଙ୍ଗଳାକୁ ଖାଲି କରାଯିବ । ନିୟମ ଅନୁସାରେ, ପୁରୁଣା ମନ୍ତ୍ରୀ ଏବଂ ସାଂସଦଙ୍କୁ ଗୋଟିଏ ମାସରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥାଏ । ନିର୍ବାଚନ ହାରିଥିବା ନେତା ବା ମନ୍ତ୍ରୀଙ୍କ ପାଖରେ କୌଣସି ମନ୍ତ୍ରାଳୟ କିମ୍ବା ସାଂସଦ ପଦ ରହିନଥାଏ । ତେଣୁ କେନ୍ଦ୍ରୀୟ ଆବାସ ଏବଂ ସହରୀ ମନ୍ତ୍ରାଳୟ ତରପରୁ ଏହି ପରାଜିତ ନେତା-ମନ୍ତ୍ରୀଙ୍କୁ ସାଂସଦରୁ ନୋଟିସ ଜାରି ହୋଇଛି । ୫୦ ଜଣ ପୂର୍ବ ନେତା ଏବଂ ମନ୍ତ୍ରୀଙ୍କ ପାଇଁ ଜାରି ହୋଇଛି ନୋଟିସ । ରାଜଧାନୀ ଦିଲ୍ଲୀରେ ଥିବା ୫୦ ଜଣ ନେତାଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ନୋଟିସ ଜାରି ହୋଇଛି । ନିର୍ବାଚନରେ ପରାଜୟ ବରଣ କରିଥିବା ରାଜନେତାଙ୍କୁ ବାସଭବନ ଖାଲି କରିବା ପାଇଁ ନୋଟିସ ପ୍ରଦାନ କରାଯାଇଛି ।