ମେଡ଼ିକାଲ ନେଗ୍ଲିଜେଣ୍ଟ ଅର୍ଥାତ ଚିକିସôାରେ ଅବହେଳା ମାମଲା ଭାରତରେ ବଢିବାରେ ଳାଗିଛି । ନେସନାଲ ଲାଇବ୍ରେରିର ମେଡ଼ିସିନ ର ସଦ୍ୟତମ ଗବେଷଣା ରୁ ଜଣାଯାଇଛି ଯେ ଭାରତରେ ଗୋଟିଏ ବର୍ଷରେ ଚିକିସôା ଅବହେଳିତ ୫୨ ଲକ୍ଷ ମାମଲା ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ଗୋଟିଏ ବର୍ଷରେ ମେଡ଼ିକାଲ ଅବହେଳା ଜନିତ କାରଣ କୁ ନେଇ କୋର୍ଟରେ ୪୨୫ ଟିଆଶ୍ଚର୍ଯ୍ୟଜନକ ମାମଲା ବୃଦ୍ଧି ପାଇଛି । ପ୍ରତିଦିନ ସାରା ଦେଶରେ ଥିବାା ହସ୍ପିଟାଲ, କ୍ଳିନିଙ୍ଗ ରେ ଚିକିସôା ଅବହେଳାକୁ ନେଇ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇଛି ।ଇଣ୍ଡିଆନ ଜର୍ନାଲ ଅଫ ମେଡ଼ିକାଲ ଏଥିକ୍ସ ର ଅଧ୍ୟୟନ ରୁ ଜଣା ପଡ଼ିଛି ଯେ କେବଳ ୮୬ ପ୍ରତିଶତ ହସ୍ପିଟାଲ ନୈତିକ ଦିଶା ନିଦେ୍ର୍ଦଶ କୁ ପାଳନ କରୁଛନ୍ତି । ଅବହେଳା କାରଣ ରୁ ମୃତୁ୍ୟ ବରଣ କରୁଥିବା ୮୦ ପ୍ରତିଶତ ସର୍ଜିକାଲ ଭୁଲ ପାଇଁ ହେଉଛି ବୋଲି ଏହି ଜର୍ନାଲ ପକ୍ଷରୁ କୁହାଯାଇଛି । ଜରୁରୀ କାଳିନ ସେବାରେ ହେଉଥିବା । ମୃତୁ୍ୟ ମଧ୍ୟରୁ ୭୦ ପ୍ରତିଶତ ତ୍ରୁଟି ପୂର୍ଣ୍ଣ ପ୍ରଶାସନିକ କାରଣ ବୋଲି କୁହାଯାଇଛି ।