ଗଣତନ୍ତ୍ରର ବଡ ପର୍ବ ନିର୍ବାଚନ ଆଉ କେତୋଟା ଦିନ ପରେ ଆରମ୍ଭ ହେବାକୁ ଯାଉଛି । ବିଜେପି ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ମତଦାନ ପ୍ରକ୍ରିୟାକୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତୋଟି ଦେଶର ରାଜନୈତିକ ଦଳକୁ ନିମନ୍ତ୍ରିତ କରିଛନ୍ତି । ନିମନ୍ତ୍ରଣ ପାଇଥିବା ରାଜନୈତିକ ଦଳ ଗୁଡିକ ହେଲେ ବ୍ରିଟେନର କଂଜରଭେଟିଭ ଏବଂ ଲେବର ପାଟ,ିର୍ ଜର୍ମାନୀର କ୍ରିଶ୍ଚିୟନ ଡେମୋକ୍ରାଟ ଓ ସୋସିଆଲ ଡେମୋକ୍ରାଟ, ଆମେରିକାର ଡେମୋକ୍ରାଟ ଓ ରିପବ୍ଲିକାନ୍ସ ଭଳି ଦଳ ଗୁଡିକୁ ଭାରତର ଏହି ମହାନ ଗଣତନ୍ତ୍ର ପର୍ବରେ ସାମିଲ ହେବା ଓ ଦେଖିବା ପାଇଁ ମୋଦି ନିମନ୍ତ୍ରଣ କରିଛନ୍ତି । ସୂଚନା ଅନୁଯାୟୀ ଇସ୍ରାଇଲ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଉଗାଣ୍ଡା , ତାଞ୍ଜାନିୟା ଓ ମରିସସ୍ ଭଳି ଦେଶର ରାଜନୈତିକ ଦଳ ଏହି ନିର୍ବାଚନୀ ପର୍ବକୁ ଦେଖିବାକୁ ଓ ସାମିଲ ହେବାକୁ ଆସିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।