ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ ହୋଇଛି । ୭ କୋଟିର ମାରିଜୁଆନା ଜବତ କଲା କଷ୍ଟମ ଡିପାର୍ଟମେଣ୍ଟ । ବ୍ୟାକଂକରୁ ଭୁବନେଶ୍ବର ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ଜବତ ହୋଇଛି ଏହି ମାରିଜୁଆନା । ଯାତ୍ରୀଙ୍କ ଠାରୁ ୭ କେଜିର ମାରିଜୁଆନା ଜବତ ହୋଇଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ୭ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି । ଜଣେ ଯୁବକଙ୍କୁ ଅଟକ ରଖି ଏନେଇ କଷ୍ଟମ୍ସ ଏୟାର ଇଣ୍ଟେଲିଜେନ୍ସ ଟିମ୍ ପକ୍ଷରୁ ପଚରାଉଚରା କରାଯାଉଛି ।