ନିର୍ବାଚନ ସମୟରେ ଗୋଟିଏ ଦିନରେ ଭୁବନେଶ୍ୱରରୁ ଜବତ ହୋଇଛି ୭୫ ଲକ୍ଷ ଟଙ୍କା । ୨ଜଣ ବ୍ୟକକ୍ତିଙ୍କର ଲଗେଜରୁ ଏହି ଟଙ୍କା ଜବତ ହୋଇଛି । ଜଣେ ଦିଲ୍ଲୀରୁ ଆସୁଥିଲେ ଓ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ । ତାଙ୍କ ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ଟଙ୍କା । ଭୁବନେଶ୍ୱର ବିମାନବନ୍ଦରରେ ଲଗେଜ ସ୍କାନିଙ୍ଗ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା । ଆୟକର ବିଭାଗ ପକ୍ଷରୁ ଏହି ଟଙ୍କା କେଉଁଠୁ କ’ଣ ପାଇଁ ଆସିଥିଲା ସେ ସଂପର୍କରେ ତଦନ୍ତ ଚାଲିଛି ।