୭୫ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ। କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଠି ତ୍ରି-ରଙ୍ଗରେ ରଙ୍ଗାୟତ। ସବୁଠି ଜାତୀୟତା ଭାବ, ସବୁଠି ଗଣତନ୍ତ୍ରର ସର୍ବଶ୍ରେଷ୍ଠ ପର୍ବକୁ ପାଳନ କରିବାକୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ଦିଲ୍ଲୀ ଇଣ୍ଡିଆ ଗେଟ୍ କୁ ତ୍ରିରଙ୍ଗା ଭାବେ ସଜା ଯାଇଛି। ଶ୍ରୀନଗର ଲାଲଚୌକ ବି ଏଥର ପୂର୍ବ ବର୍ଷ ଭଳି ଜାତୀୟତାବାଦରେ ଉଛୁଲିଛି। ମୁମ୍ବାଇର CST, ଷ୍ଟକ୍ ଏକ୍ସଚେଞ୍ଜ, ହାଇଦ୍ରାବାଦର ବିଧାନସଭା ଏଭଳି ଚମକିଛି।
ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ପରେଡର ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗଣତନ୍ତ୍ର ଦିବସ ପ୍ୟାରେଡ ସକାଳ ୧୦.୩୦ରୁ ଆରମ୍ଭ ହୋଇ ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିଛି । ପ୍ୟାରେଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏଥର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ । ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ। ୮ହଜାରରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।