ଛତିଶଗଡ଼: ସୁରକ୍ଷାବାହିନୀକୁ ବଡ଼ ସଫଳତା । ନିପାତ ହେଲେ ୮ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ଗାଙ୍ଗାଲୁରରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟବେଳେ ୮ ନକ୍ସଲ ନିପାତ ହୋଇଛନ୍ତି । ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଜବାନଙ୍କ କମ୍ବିଙ୍ଗ ଅପରେସନ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା ।
ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୁରକ୍ଷା ବାହିନୀକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଏସ୍ଟିଏଫ୍, ଡିଆରଜି ଓ ସିଆରପିଏଫ୍ର ଯବାନମାନେ ମିଳିତ ଅପରେସନ୍ କରିଥିଲେ। ଏନକାଉଣ୍ଟରରେ ୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୁରକ୍ଷା ବାହିନୀର ସର୍ଚ୍ଚଅପରେସନ୍ ଜାରି ରହିଛି।