ଗୁଜରାଟ ଉପକୂଳରୁ ୧୪ ଜଣ ପାକିସ୍ତାନୀ ନାଗରିକ ,୬୨୦ କୋଟି ଟଙ୍କାର ଡ୍ରଗ୍ସ ସହିତ ଗିରଫ ହୋଇଥିବା ସୂଚନା ରହିଛି । ଏଟିଏସ ଏବଂ ଏନସିବିର ମିଳିତ ଅପରେସନରେ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି। ଭାରତ-ପାକିସ୍ତାନ ସମୁଦ୍ର ସୀମାରେ ୪୮ ଘଣ୍ଟା ଧରି ଚାଲିଥିଲା ଏହି ଅପରେସନ। ସମୁଦ୍ରପଥ ଦେଇ ମାଦକଦ୍ରବ୍ୟ ଚାଲାଣ ସମୟରେ ପାକିସ୍ତାନୀ ନାଗରିକଙ୍କ ଏହି ବୋଟକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ଏନସିବି ଓ ଏସଟିଏଫର ସ୍ୱତନ୍ତ୍ର ଟିମ୍।
ଏମାନଙ୍କ ନିକଟରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬୨୦ କୋଟି ଟଙ୍କା ହେବ। ଏହି ଅବରେସନ ସମୟରେ ପାକିସ୍ତାନୀ ନାଗରିକ ମାନେ ଏଟିଏସ ଏବଂ ଏନସିବି ଟିମ୍ ଉପରେ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଏଟିଏସ ଏବଂ ଏନସିବି ଟିମ ଗୁଳିମାଡ଼ କରିବାରୁ ପାକିସ୍ତାନୀ ନାଗରିକ ମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିେଲେ। ଜବତ ମାଦକ ଦ୍ରବ୍ୟ ସମେତ ୧୪ ଗିରଫ ପାକିସ୍ତାନୀ ନାଗରିକଙ୍କୁ ଗୁଜରାଟ ପୋରବନ୍ଦରକୁ ଅଣାଯାଇଥିବା ଜଣାପଡିଛି।