ରାଉରକେଲା ଷ୍ଟିଲ ପ୍ଳାଣ୍ଟର ୫ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ଅଘଟଣ । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା୧୫ରେ ଆରଏସ ପି ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିବାର ଖବର ମିଳିଛି। ତେବେ ବ୍ଲାଷ୍ଟ୍ ଫର୍ଣ୍ଣେନ୍ସରେ ବିଷାକ୍ତ କାର୍ବନ ମୋନୋକ୍ସାଇଡ୍ ଗ୍ୟାସ୍ ଲିକ୍ ଯୋଗୁଁ ଏପରି ଅଘଟଣ ହୋଇଥିବା ଜଣାପଡ଼ିଛି । ଏହାଫଳରେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ଏବେ ଆଇଜିଏଚର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଆର ଏସ ପିର ବରିଷ୍ଠ ମ୍ୟାନେଜର, ଦୁଇ ଜଣ କର୍ମଚାରୀ ଓ ୫ ଜଣ ଠିକା ଶ୍ରମିକ ଥିବା ଜଣାଯାଇଛି। ଜଣେ ମହିଳା ଶ୍ରମିକ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଛନ୍ତି। ସୂଚନା ଅନୁଯାୟୀ ଗ୍ୟାସ୍ କ୍ଲିନିଂ ପ୍ଲାଣ୍ଟରେ କାମ କରିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।