ବର୍ତ୍ତମାନର ଘରୋଇ କ୍ରିକେଟ୍ ଦେୟର ଦୁଇଗୁଣ ହୋଇପାରେ।କ୍ରିକବଜ୍ ରିପୋର୍ଟ ଅନୁଯାୟୀ ବାର୍ଷିକ ୧୦ ଟି ରଣଜୀ ଟ୍ରଫି ଖେଳରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ୭୫ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରୋଜଗାର କରିପାରିବେ।ତେବେ, ଆସନ୍ତା ସିଜିନରୁ ଘରୋଇ ଖେଳାଳିଙ୍କ ପାରିଶ୍ରମିକ ବୃଦ୍ଧି ହେବାର ଏକ ଦୃଢ ସମ୍ଭାବନା ଅଛି। ଯାହା ଖେଳାଳିମାନଙ୍କର ରୋଜଗାରକୁ ବଢାଇବା ପାଇଁ ବିସିସିଆଇ ସକ୍ରିୟ ଭାବରେ ଅନୁସନ୍ଧାନ କରୁଛି।ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରିବାକୁ କୁହାଯାଇଛି।