ଶତ୍ରୁ କରୁଛି ଯୋଜନା। ଆମ ଦେଶରେ ଏବେ ନିର୍ବାଚନର ମାହୋଲ। ତେବେ ଏହିଭଳି ସ୍ଥିତିରେ ଶତ୍ରୁ ଖୋଜୁଛି ଉପାୟ। କେମିତି ଆମ ଦେଶର ଶାନ୍ତିକୁ ଭାଙ୍ଗ କରିବ। ତେବେ ସୂଚନା ଅନୁସାରେ ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଛି। ସୋମବାର ଇ-ମେଲ୍ ଯୋଗେ ଏହି ଧମକ ମିଳିଛି। ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୦ଟା ସମୟରେ ଏହି ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏହି ଇ-ମେଲ୍ ବିମାନବନ୍ଦର ନିର୍ଦେଶକ ଆବିଦ ରୁଇଙ୍କ ମେଲ୍ ଆଇଡିକୁ ଆସିଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି।