ଆଜି ବିଧାନ ସଭା ଆସନ ପାଇଁ ନାମାଙ୍କନ ପତ୍ର ଭରିବେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନିକଟରେ ନବୀନ ହିଞ୍ଜିଳି ପାଇଁ ନାମାଙ୍କନ ପତ୍ର ଦାଖ୍ଲ କରିଥିଲେ । ୨୦୧୯ ପରି ଚଳିତ ବର୍ଷ ମଧ୍ୟ ଦୁଇଟି ରେ ପ୍ରାର୍ଥୀ ହୋଇଛନ୍ତି ବିଜେଡ଼ି ସୁପ୍ରୀମୋ । ଆଜି ସକାଳ ୯ ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଯାଇ କଣ୍ଟାବାଞ୍ଝି ଅଭିମୁଖେ ଗସ୍ତ କରିବେ । ୧୦.୨୫ରେ ତୁଷାର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ବିଜେଡ଼ି ସୁପ୍ରିମୋ ଟିଟିଲାଗଡ଼ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିବେ । । ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ରହିଥିବା ବେଳେ ବିଜେପି ରୁ ପ୍ରାର୍ଥୀ ହୋଇଛନ୍ତି ଲକ୍ଷ୍ମଣ ବାଗ ।