କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ରାଏବରେଲି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲଟ ଉପସ୍ଥିତ ଥିଲେ। ଆଜି ସକାଳେ କଂଗ୍ରେସ ଆମେଠି ଏବଂ ରାଏବରେଲି ଆସନରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏହା ପରେ ରାହୁଲ ତାଙ୍କ ମା’, ଭଉଣୀ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ରାଏବରେଲିର ଫୁରସତଗଞ୍ଜ ବିମାନବନ୍ଦରରେ ପହଞ୍ଚିଥିଲେ। ରାଏବରେଲି ଏବଂ ଆମେଠି ଆସନ ପାଇଁ ଭୋଟ୍ କେବଳ ମେ’ ୨୦ରେ ହେବ। ଭୋଟ ଗଣନା ଜୁନ୍ ୪ରେ ହେବ। କିଛି ଦିନ ଧରି ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର କରି ଦଳ ଆଜି ରାହୁଲ ତାଙ୍କ ମା ସୋନିଆଙ୍କ ନିର୍ବାଚନମଣ୍ଡଳୀ ଥିବା ରାଏବରେଲି ଆସନରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ଦଳ ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଗାନ୍ଧୀ ପରିବାରର ଘନିଷ୍ଠ ସହଯୋଗୀ କିଶୋରୀ ଲାଲ୍ ଶର୍ମାଙ୍କୁ ଆମେଠି ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଆମେଥିରେ ବିଜେପି ପ୍ରାର୍ଥୀ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ରାୟବରେଲୀରେ ନିର୍ବାଚନ ଲଢିବାକୁ ନେଇ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଆମେଥିରୁ ହାରିବା ସ୍ୱୀକାର କରିନେଇଛି । ଏପରି ଯଦି ହୋଇ ନଥାଆନ୍ତା ତେବେ ରାହୁଲ ଆମେଥିରୁ ନିର୍ବାଚନ ଲଢିଥାଆନ୍ତେ । ସ୍ମୃତି ଇରାନୀ କହିଛନ୍ତି ଯେ, ଆମେଥିରୁ ଗାନ୍ଧୀ ପରିବାର ନ ଲଢିବା ଏହି କଥାର ସଂକେତ ଦେଉଛି ଯେ, କଂଗ୍ରେସ ଭୋଟରେ ପ୍ରଥମରୁ ହାର ମାନି ନେଇଛି ।