ଏକ ତଥ୍ୟ ଭିତ୍ତିକ ସମୀକ୍ଷାରୁ ଜଣାଯାଇଛି ଯେ ଚଳିତ ନିର୍ବାଚନରେ ୧. ୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚହେବ । କିନ୍ତୁ ଏହି ହାର ୧.୩୫ ଲକ୍ଷ ଟଙ୍କାରେ ପହଞ୍ଚିବ । ଚଳିତ ନିର୍ବାଚନ ୪୫ ଦିନ ଏବଂ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି । ଦୁଇଟି ପର୍ଯ୍ୟାୟ ଭୋଟ ଗ୍ରହଣ ସରିଥିବା ବେଳେ ଆହୁରି ୫ ଟି ପର୍ଯ୍ୟାୟ ବାକିଅଛି । ଏକ ଆକଳନ ରୁ ଜଣାପଡ଼ିଛି ଯେ ଖର୍ଚ୍ଚ ପ୍ରାୟ ୧.୩୫ ଲକ୍ଷ କୋଟିରେ ପହଞ୍ଚିବ । ୨୦୧୯ ରେ ମୋଟ ଖର୍ଚ୍ଚ ଥିଲାା ୬୦ କୋଟି ଟଙ୍କା । ଏ ସମ୍ପର୍କରେ ସେଣ୍ଟ୍ରାଲ ଅଫ ମିଡ଼ିଆ ଷ୍ଟଡ଼ି ରୁ ଆକଳନ କରାଯାଇଛି । ଚଳିତ ନିର୍ବାଚନରେ ୯୬. ୬ କୋଟି ଭୋଟର ଅଛନ୍ତି । ଦେଶର ଜନସଂଖ୍ୟା ପ୍ରାୟ ୧୪୦ କୋଟି । ଯଦି ସମୁଦାୟ ୧.୩୫ କୋଟି ଟଙ୍କା ଧରାଯାଏ , ତେବେ ଗୋଟିଏ ଭୋଟର ମୂଲ୍ୟ ୧୪୦୦ ଟଙ୍କା ସହିତ ସମାନ । ଯଦି ପ୍ରତ୍ୟେକ ବ୍ୟକ୍ତି ଙ୍କ ପାଇର୍ ଭୋଟର ମୂଲ୍ୟ ଦେଶର ସମୁଦାୟ ଜନସଂଖ୍ୟା ସହ ହିସାବ କରାଯାଏ ଏହାର ମୂଲ୍ୟ ପ୍ରତ୍ୟେକ ଭୋଟ ୯୬୪.୨୮ କୋଟି ଟଙ୍କା ହେବ ।