ଆସନ୍ତା ୯ ତାରିଖ ରେ ଓଡ଼ିଶା ଆସିବେ ବିଜେପିର ଦୁଇ ବରିଷ୍ଠ ନେତା । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଆସିବେ । ଉଭୟେ ପୁରୀ ଜିଲ୍ଲାରେ ଜନସମାଗମ କୁ ସମ୍ଭୋଧିତ କରିବେ । ପୁରୀ ରେ ଅନୁଷ୍ଠିତ ସଭାରେ ଅଂଶ ଗ୍ରହଣ କରିବେ ଗଡ଼କରି । ସେହିପରି ବିଶ୍ୱଶର୍ମା ମାଲକାନାଗିରି, ଚିତ୍ରକୋଣ୍ଡା ଏବଂ ଖଲିକୋଟ ରେ ଯୋଗ ଦେବେ ବୋଲି ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।