ନିର୍ବାଚନ ବେଳେ ଜବତ ହେଲା ପୁଳାପୁଳା ଟଙ୍କା । ନିର୍ବାଚନ ସମୟରେ ହିଁ ସାମ୍ନାକୁ ଆସେ ବଡ଼ ବଡ଼ ହେରଫେର। ଏହି କିଛି ମାସ ହେବ ସବୁଠି ଦେଖିବାକୁ ମିଳୁଛି ଟଙ୍କାର ଗଦି। ହଁ ଆଜ୍ଞା କେଉଁଠି ed ରେଡ କରି କୋଟି କୋଟି ଟଙ୍କା ଧରିଲାଣି ତ ପୁଣି କେଉଁଠି ନିର୍ବାଚନ ପାଇଁ ଚୋରା ଟଙ୍କା ପୋଲିସ ଜବତ କଲାଣି। ଯେଉଁଠି ଦେଖ ସେଇଠି ଚାଲିଛି ଟଙ୍କାର ୨ନମ୍ବର କାରବାର।ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲା ଗରିକାପାଡୁ ଚେକ୍ ପୋଷ୍ଟ ନିକଟରୁ ୮ କୋଟି ଟଙ୍କା ଜବତ ହୋଇଛି । ପାଇପ୍ ବୋଝେଇ ଲରି କ୍ୟାବିନରୁ ପୁଳା ପୁଳା ଟଙ୍କା ଜବତ କରିଛି ପୋଲିସ । ଏହି ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିବା ଜଣାପଡ଼ିଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପୋଲିସ ସୂଚନା ଅନୁସାରେ ଜବତ ହୋଇଥିବା ଟଙ୍କା ଜିଲ୍ଲା ତଦନ୍ତକାରୀ ଟିମକୁ ହସ୍ତାନ୍ତର ପରେ ନିର୍ବାଚନ ଅଧିକାରୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।