ଗତ ୧୦ ତାରିଖ ରାତି ପ୍ରାୟ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ରୋଡ ସୋ’ କରିଥିଲେ। ମୋଦୀଙ୍କ ରୋଡ୍ ସୋ’ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବାଣିବିହାର ଛକରେ ପହଞ୍ଚି ଥିଲା। ମୋଦୀଙ୍କ ରାଲିରେ ପୂରା ଜନପଥଟି ମୋଦୀ ପଥ ପାଲଟି ଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ଆସନ୍ତା ୧୬ତାରିଖରେ ରାଜଧାନୀରେ ଆୟୋଜନ ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ ବେଳେ ବ୍ୟାରିକେଡିଂ କରାଯିବ। ରୋଡ ସୋ’ ସମୟରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିବେ। ଉଚ୍ଚ ବିଲଣ୍ଡିଂ ଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ରୋଡ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୁଲିସ।