ପ୍ଲେ-ଅଫ୍ ମୁକାବିଲାରେ ରୟାଲ୍ ବିଜୟ ହାସଲ କରିଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇକୁ ହରାଇ ଚତୁର୍ଥ ଟିମ୍ ଭାବେ ପ୍ଲେ-ଅଫରେ ସ୍ଥାନ ପାଇଛି। ଫଳରେ ଚଳିତ ସିଜିନରେ ଚେନ୍ନାଇ ସୁପର କିଙ୍ଗସର ଯାତ୍ରା ଶେଷ ହୋଇଛି। ଗତକାଲି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ହାଇଭୋଲଟେଜ ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ବର୍ଷା ବାଧକ ସତ୍ତ୍ୱେ ଏକାଧିକ ଆହ୍ୱାନର ସମ୍ନା କରୁଥିବା ଘରୋଇ ଟିମ୍ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଥିଲା । ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚିଯିବାରୁ ଉନ୍ନତ ଏନ୍ଆର୍ଆର୍ ବଳରେ ଆର୍ସିବି ପ୍ଲେଅଫ୍ର ଚତୁର୍ଥ ସ୍ଥାନଟି ଦଖଲ କରି ନେଇଥିଲା। ସିଏସ୍କେକୁ ବିଜୟ ପାଇଁ ୨୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ୍ ଦରକାର ଥିଲା। ଶେଷ ଦୁଇ ଓଭରରୁ ୩୫ ରନ୍ ଲୋଡ଼ା ପଡ଼ିବା ପରେ ଧୋନି-ଜାଡ଼େଜା ଯୋଡ଼ି ୧୯ତମ ଓଭରରୁ ୧୮ ରନ୍ ଆଦାୟ କରିଥିଲେ। ୨୦ତମ ଓଭର ପ୍ରଥମ ବଲ୍କୁ ଧୋନି ୧୧୦ ମିଟରର ଲମ୍ବା ଛକା ମାରିଥିଲେ ମଧ୍ୟ ପରବର୍ତୀ ବଲ୍ରେ ଆଉଟ୍ ହୋଇଯିବାରୁ ୟଶ ଦୟାଲ ଶେଷ ୪ ବଲ୍ରେ ମାତ୍ର ଗୋଟିଏ ରନ୍ ଦେଇ ରାତାରାତି ହିରୋ ପାଲଟିଯାଇଛନ୍ତି । ଆର୍ସିବି ପ୍ରଥମ ୮ଟିରୁ ୭ ହାରିଯିବା ପରେ ଶେଷ ୬ ମ୍ୟାଚ୍ ଜିତି ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିବା ଆଇପିଏଲ୍ ଇତିହାସରେ ସବୁଠାରୁ ଚମତ୍କାର ପ୍ରତ୍ୟାବର୍ତନ ଆଖ୍ୟା ପାଇଛି।