ସତ୍ୟ, ଏକତା ଏବଂ ଶାନ୍ତି ଉପରେ ଗୁରୁତ୍ବାରୋପ କରୁଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଆଜି ସ୍ମରଣ କରୁଛି ଦେଶ । ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ। ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ଚାଚା ନେହେରୁ କୁହନ୍ତି । ସେ ଥିଲେ ଜଣେ ଲୋକପ୍ରିୟ ନେତା , ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରନାୟକ ଓ ଅନ୍ତଃରାଷ୍ଟ୍ରୀୟ ରାଜନେତା। ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜବାହର୍ଲାଲ୍ ନେହେରୁ ଜନ୍ମ ଗ୍ରହଣ କରିଥିଲେ। ୧୯୬୪ ମସିହା ମେ’ ୨୭ରେ ହୃଦଘାତ ଯୋଗୁଁ ନେହେରୁଙ୍କ ମୃତ୍ୟୁ ଘଟିଥଲା। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର୍ଲାଲ୍ ନେହେରୁଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ଶିଶୁ ଦିବସ’ ଭାବେ ପାଳନ କରାଯାଏ। ନେହେରୁ କାଶ୍ମୀର ପଣ୍ଡିତ ସମୁଦାୟର ଥିବାରୁ ତାଙ୍କୁ ପଣ୍ଡିତ ନେହେରୁ ମଧ୍ୟ କୁହାଯାଏା ସେ ଶିଶୁଙ୍କୁ ବହୁତ ସ୍ନେହ କରୁଥିଲେ ସେଥିପାଇଁ ତାଙ୍କୁ ପିଲାମାନେ ଚାଚା ନେହେରୁ କହୁଥିଲୋ କଂଗ୍ରେସ ମୁଖ୍ୟ ମାଳିକାର୍ଜୁନ ଖଡ଼ଗେ ଏବଂ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେହେରୁଙ୍କ ସମାଧିସ୍ଥଳ ଶାନ୍ତିବନ ଯାଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି।