ଲୋକସଭା ପାଇଁ ଶେଷ ପର୍ଯ୍ୟାୟ ନିର୍ବାଚନ ଦେଶର ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଆସନ୍ତା ୧ ତାରିଖରେ ହେବ। ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ତେବେ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ମହଙ୍ଗା ଭତ୍ତା (ଡିଏ)- ଗସ୍ତ ଖର୍ଚ୍ଚ (ଟିଏ) ପାଇବେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ପରିଚାଳନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟାଳୟର ମୁଖ୍ୟଙ୍କ ଠାରୁ ଟିଏ/ ଡିଏ ପାଇବେ । ଯେହେତୁ ସରକାରୀ କର୍ମଚାରୀମାନଙ୍କର ପେ-ସ୍କେଲର ସବିଶେଷ ତଥ୍ୟ ସେମାନେ କାର୍ଯ୍ୟରତ କାର୍ଯ୍ୟଳୟ ମୁଖ୍ୟଙ୍କ ଠାରେ ଉପଲବ୍ଧ ରହିଛି, ସେଥିପାଇଁ ସେମାନେ ଉକ୍ତ ପ୍ରାପ୍ୟ ଅର୍ଥ ବିଭାଗ ଟିଏ / ଡିଏ ସର୍କୁଲାର ଅନୁସାରେ ଅଫିସର ମୁଖ୍ୟଙ୍କ ଠାରୁ ପ୍ରାପ୍ତ ହେବେ ।