କଣ ଆପଣ ସରକାରୀ ଚାକିରୀ କରୁଛନ୍ତି। ଯଦି ଆପଣ କିମ୍ବା ଆପଣଙ୍କର କେହି ପରିଚିତ ସରକାରୀ ଚାକରି କରୁଛନ୍ତି। ତେବେ ଆଜିର ଖବର ତାଙ୍କ ପାଇଁ। କାହିଁକି ନା ସରକାରୀ ଚାକିରିଆଙ୍କ ପାଇଁ ଆସିଛି ବଡ଼ ରାୟ। ଏମିତିରେ ବି ଦେଶରେ ସରକାରୀ ଚାକିରି ପାଇଁ ବହୁତ ଆଗ୍ରହ ଅଛି ଲୋକଙ୍କ ମଧ୍ୟରେ। କେବଳ ସେତିକି ନୁହେଁ, ସରକାରୀ ଚାକିରିରେ ପଦୋନ୍ନତି ପାଇବାକୁ ମଧ୍ୟ ସମସ୍ତଙ୍କର ଅଧିକାର ଅଛି ବୋଲି କୁହାଯାଏ । କିନ୍ତୁ ସରକାରୀ ଚାକିରିରେ ପଦୋନ୍ନତି ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ସରକାରୀ ଚାକିରିରେ ପଦୋନ୍ନତି ସହ ଜଡିତ ଏକ ମାମଲାର ଶୁଣାଣି ପରେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଚାକିରିରେ ପଦୋନ୍ନତି ଏକ ସାମ୍ବିଧାନିକ ଅଧିକାର ନୁହେଁ। ସମ୍ବିଧାନରେ ଏଥିପାଇଁ କୌଣସି ମାନଦଣ୍ଡ ଉଲ୍ଲେଖ କରାଯାଇ ନାହିଁ, ତେଣୁ ସରକାରୀ କର୍ମଚାରୀମାନେ ଚାକିରିରେ ପଦୋନ୍ନତି କରିବାକୁ ଦାବି କରିପାରିବେ ନାହିଁ। ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ବିଧାନସଭା ଏବଂ କାର୍ଯ୍ୟନିର୍ବାହୀ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦୋନ୍ନତି ପଦବୀ ସମ୍ବନ୍ଧରେ ନିୟମ ପ୍ରସ୍ତୁତ କରିବାକୁ ମୁକ୍ତ। କିନ୍ତୁ ସମ୍ବିଧାନ ଏଥିପାଇଁ ଦାୟୀ ନୁହେଁ କି ସମ୍ବିଧାନର ନା ନେଇ କେହି ଏହାକୁ ହକ କହି ଦାବି କରିପାରିବେ ନାହିଁ।