ରବିବାର ଦିନ ଜାମ୍ମୁ କାଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟିରେ ଓଲଟି ପଡିଛି। ଜମ୍ମୁରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଉପରେ ଆତଙ୍କୀ ହମଲା ପରେ ହୋଇଥିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୩୩ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ତତ୍ପର ହୋଇଛି ସେନା । ରିଆସୀ ଜିଲ୍ଲାର ତେରଥାୟ ଗାଁରେ ପହଞ୍ଚି ପୋଲିସ ସେନା ମିଳିତ କମ୍ବିଂଅପରେସନ ଚଳାଇଛନ୍ତି। ପ୍ରାରମ୍ଭିକ ଖବର ଅନୁଯାୟୀ,ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟାରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଛନ୍ତି ନାରକୀୟ କାଣ୍ଡ । ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଅନ୍ଧାଧୂନ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିଲା । କୁହାଯାଉଛି ଯେ ଏହି ବସ୍ ଜିଲ୍ଲାର ଶିବ ଖୋଦୀ ଅଭିମୁଖେ ଯାଉଥିଲାବେଳେ ରାସ୍ତାରେ ଆକ୍ରମଣ ହେତୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ପାରାମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣାରେ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂଙ୍କ ସମେତ ବିଭିନ୍ନ ଦଳର ବହୁ ରାଜନେତା। ତୀର୍ଥଯାତ୍ରୀ ବସ ଉପରେ ଆତଙ୍କବାଦୀ ହମଲାକୁ ବିଭିନ୍ନ ଘଟଣାକୁ ତୀବ୍ର ନିନ୍ଦା କରାଇଛି। ଘଟଣାରେ ମୃତକ ଓ ଆହତଙ୍କ ପରିବାରକକୁ ସହାୟତା ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।