ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ପାଳି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିବା ପରେ ଆଜି ସର୍ବପ୍ରଥମେ ପିଏମ୍ କିଶାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି ମୋଦୀ । ଆଜି ପିଏମଓ ପହଞ୍ଚିବା ପରେ ଏହା ଥିଲା ତାଙ୍କର ପ୍ରଥମ ଫାଇଲରେ ଦସ୍ତଖତ । ଏହି ଆଧାରରେ ଦେଶର କୋଟି ୩୦ ଲକ୍ଷ ଚାଷୀଙ୍କୁ ମିଳିବ ୨୦ ହଜାର କୋଟି । ଏହାସହ ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି । ଚାଷୀଙ୍କ କଲ୍ୟାଣ ମୋଦୀ ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି ଫାଇଲରେ ଦସ୍ତଖତ ପରେ କହିଛନ୍ତି ମୋଦୀ ।ବୁଧବାର ଭୁବନେଶ୍ୱରରେ ମୋଦିଙ୍କ ରୋଡ଼ ଶୋ । ଆସନ୍ତା ୧୨ ରେ ଓଡ଼ିଶାର ନୁଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ସେଥିପାଇଥଁ ଜନତା ମଇଦାନ ରେ ଚାଲିଛି ପ୍ରସ୍ତୁତି । ମୋଦି ଙ୍କ ଗସ୍ତ କୁ ନେଇ ସୁରକ୍ଷାଂ ଓ ଟ୍ରାଫିକ ବ୍ୟବସ୍ତା କଡ଼ାକଡ଼ି ହେବ । ।ପୋଲିସ କମିଶନର ଙ୍କ ଅଧକ୍ଷତାରେ ଏକ ୁଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।