ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭାରେ ଉପନିର୍ବାଚନ ହେବ। ୧୩ଟି ବିଧାନସଭା ଆସନରେ ଜୁଲାଇ ୧୦ ତାରିଖରେ ମତଦାନ ହେବ। ଏଥିସହିତ ଜୁଲାଇ ୧୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ବିହାରର ଗୋଟିଏ ଆସନ, ପଶ୍ଚିମବଙ୍ଗର ୪, ତାମିଲନାଡୁର ଏକ, ଉତ୍ତରାଖଣ୍ଡର ୨, ପଞ୍ଜାବରେ ଏକ, ହିମାଚଳ ପ୍ରଦେଶର ୩ଟି ଆସନରେ ମତଦାନ ହେବ। ଉତ୍ତର ପ୍ରଦେଶର ୯ଟି ଆସନରେ ମଧ୍ୟ ଉପନିର୍ବାଚନ ହେବ। କାରଣ ୯ଜଣ ବିଧାୟକ ଏବେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଉତ୍ତର ପ୍ରଦେଶ ଉପନିର୍ବାଚନକୁ ନେଇ ବିଜ୍ଞପ୍ତି ପ୍ରକାଶ କରିନି ନିର୍ବାଚନ କମିଶନର। ଜୁନ୍ ୧୪ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଜୁନ୍ ୨୧ ତାରିଖ ରହିଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ।