ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେଲେ ନୂଆ ସ୍ଥଳସେନା ମୁଖ୍ୟ। ସ୍ଥଳସେନାର ଉପମୁଖ୍ୟ ଥିବା ଉପେନ୍ଦ୍ର ଦ୍ବିବେଦୀଙ୍କୁ ସରକାର ଏହି ନୂଆ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଜୁନ୍ ୩୦ରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଉପେନ୍ଦ୍ର ଦ୍ୱିବେଦୀ। ପରମ ବିଶିଷ୍ଠ ସେବା ପଦକ ଏବଂ ଅତି ବିଶେଷ ସେବା ପଦକରେ ସମ୍ମାନିତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ ସେନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଜେନେରାଲ ମନୋଜ ପାଣ୍ଡେ ଅବସର ନେବା ପରେ ଜୁନ ୩୦ ଅପରାହ୍ନରେ ସେ ତାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ୧୯୬୪ମସିହା ଜୁଲାଇ ୧ରେ ଜନ୍ମଗ୍ରହଣ କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ୧୯୮୪ମସିହା ଡିସେମ୍ବର ୧୫ ତାରିଖରେ ଭାରତୀୟ ସେନାର ଏକ ପଦାତିକ ରେଜିମେଣ୍ଟ ଜମ୍ମୁ-କଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ।