ପୁଣି ଥରେ ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ଡିଆରଜି,ଏସ ଟି ଏଫ, ଆଇଟିବିପି ବାଟାଲିୟନର ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ବଡ଼ ଗୁଳିବିନିମୟ ଘଟିଛି। ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ଏନକାଉଣ୍ଟରରେ ୮ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ଯବାନ୍ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଯବାନ୍ ଆହତ ହୋଇଛନ୍ତି ।ଗତ ୨ ଦିନ ଧରି ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ନାରାୟଣପୁର, କୋଣ୍ଡାଗାଓ, କାଙ୍କେର ଏବଂ ଦନ୍ତେୱାଡା ଜିଲ୍ଲାର ଡିଜିଆର୍, ଏସଟିଏଫ୍ ଏବଂ ଆଇଟିବିପି ୫୩ତମ ବାଟାଲିୟନ ପକ୍ଷରୁ ମିଳିତ ଅପରେସନ ଜାରି ରହିଛି।ଏବେ ମଧ୍ୟ ସୁରକ୍ଷା ବାହିନୀ ପକ୍ଷରୁ ମିଳିତ ଅପରେସନ୍ କୁତୁଲ ଫରସାବେଡା଼ କୋଡ଼ତାମେଟା ଅଞ୍ଚଳରେ ଜାରି ରହିଛି।