ଦୀର୍ଘ ୭୫ବର୍ଷ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟମନ୍ତ୍ରୀ, ବଡ ବଡ ସରକାରୀ ଅଧିକାରୀ ମାନଙ୍କର ବିଜୁଳି ବିଲ୍ ସରକାରୀ ବଜେଟରୁ ଖର୍ଚ୍ଚ କରାଯାଉଥିଲା। ଯାହା ଜନସାଧାରଣଙ୍କ ଟଙ୍କା। ଏଣିକି ଏହି ପ୍ରଥା ବନ୍ଦ ହେବାକୁ ଯାଉଛି। ଜୁଲାଇ ୧ଠାରୁ ଏହି ବ୍ୟବସ୍ଥା ଉଚ୍ଛେଦ ହେବାକୁ ଯାଉଥିବାର ବେଳେ ମୁଖ୍ୟମନ୍ତ୍ରୀ ନିଜେ ଏବଂ ମୁଖ୍ୟ ଶାସନ ସଚିବ ନିଜ ଟଙ୍କାରେ ବିଜୁଳି ବିଲ୍ ଭରଣ କରିବେ। ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଫଳରେ ରାଜ୍ୟରେ ଶେଷ ହେବାକୁ ଯାଉଛି ଭିଆଇପି ପରମ୍ପରା। ଏଣିକି ଜନସାଧାରଣଙ୍କ ଟଙ୍କା ନୁହେଁ ବରଂ ନିଜ ପକେଟରୁ ବିଜୁଳି ବିଲ ଭରିବେ ଭିଆଇପି। ବର୍ତ୍ତମାନ ଏହି ପ୍ରଥା ବନ୍ଦ ହେବାକୁ ଯାଉଥିବା ବେଳେ ତୁରନ୍ତ ଭିଆଇପି ମାନେ ନିଜ ନିଜ ବିଜୁଳି ବିଲ୍ ଭରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ ବିଶ୍ୱଶର୍ମା।