ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସାରା ବିଶ୍ୱକୁ ସ୍ନାନବେଦୀରେ ଦିବ୍ୟଦର୍ଶନ ଦେବେ ମହାପ୍ରଭୁ । ଏହି ଅବସରରେ ଶ୍ରୀମନ୍ଦିରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି । ଏହି ସ୍ନାନ ପୂର୍ଣ୍ଣମା ଅର୍ଥାତ କାଲିଠାରୁ ଦଇତାପତି ମାନଙ୍କର ଦଳଗତ ଭାବରେ ସେବା କାର୍ଯ୍ୟରେ ନିୟୋଜିତ ହେବେ । ସେଥିଲାଗି ଗୁରୁବାର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଥିବା ସେନାପଟା ଲାଗି ଆଜି ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁ ରହିବ । ନୀତିନିର୍ଘଣ୍ଟ ସୂଚୀ ଅନୁସାରେ ମଙ୍ଗଳାର୍ପଣ ଭୋର ୩ଟା ୩୦ରୁ ଆରମ୍ଭ ହୋଇ ପରେ ପୁଷ୍ପାଞ୍ଜଳି ଏବଂ ଡୋରଲାଗି ନୀତି ହୋଇ ଚତୁର୍ଦ୍ଧାମୁରତିଙ୍କ ପହଣ୍ଡି ଆରମ୍ଭ ୪ଟା ରୁ ୬ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ବିଭିନ୍ନ ପ୍ରକାରର ନୀତି ମଙ୍ଗଳ ଆଳତି, ତଡପ ଲାଗି, ମଇଲମ, ଦ୍ୱାରପାଳ ପୂଜା ସୂର୍ଯ୍ୟ ପୂଜାର ସମ୍ପନ୍ନ ହେବ । ପୂଜାବିଧି ପରେ ଶ୍ରୀଜୀଉମାନଙ୍କୁ ଶହେ ଆଠ ଗରା ସୁଗନ୍ଧିତ ଜଳରେ ରୀତିନୀତି ଅନୁସାରେ ସ୍ନାନ କରାଯିବ। ଶହେ ଆଠ ଗରା ସୁବାସିତ ଜଳରୁ ବଡ ଠାକୁରଙ୍କର ୩୩ ଗଡା, ମହାପ୍ରଭୁଙ୍କ ୩୫ ଗରା, ମା ସୁଭଦ୍ରାଙ୍କର ୨୨ ଗରା ଏବଂ ସୁଦର୍ଶନଙ୍କ ୧୮ ଗରା ସୁଗନ୍ଧିତ ଜଳରେ ସ୍ନାନ କରିବେ । ସେହିପରି ରୀତିନୀତି ଅନୁସାରେ ଦିନ ୧.୫୦ ଘଟିକା ସୁଦ୍ଧା ମଇଲମ, ମେକାପ ସର୍ବାଙ୍ଗ, ନୂତନ ଲୁଗା ପରିଧାନ ହେବ । ପରେ ଛେରାପହଁରା ସହ ହାତୀବେଶ ଦର୍ଶନ ୨ ଘଟିକା ସମୟରେ ଅନୁଷ୍ଠିତ ହେବ ।