ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ବର୍ତ୍ତମାନ କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭତ୍ତୃହରି ମହତାବ । ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭତ୍ତୃହରି ମହତାବ ଲଗାତାର ୭ ଥର ସାଂସଦ ଅଟନ୍ତି । ଏହାପରେ ନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଇବେ ଭତ୍ତୃହରି ମହତାବ । ଶପଥ ପାଠ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଆଜି ନବ ନିର୍ବାଚିତ ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରିବେ। ଆଉ କିଛି ସମୟ ପରେ କାମଚଳା ବାଚସ୍ପତି ନବନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ କରାଇବେ।