ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି । ଦିଲ୍ଲୀରେ ଗତ ୮୮ ବର୍ଷ ମଧ୍ୟରେ ଏଭଳି ବର୍ଷା କେବେ ହୋଇନଥିଲା। କେଉଁଠି ରାସ୍ତା ଦବି ଯାଇଛି, କେଉଁଠି ଗଛ ଉପୁଡ଼ି ପଡ଼ିଛି । ଫଳରେ ଚଳାଚଳରେ ବାଧା ଉପୁଜିଛି । ଜାତୀୟ ରାଜଧାନୀରେ ସର୍ବାଧିକ ବର୍ଷା ହେବାର ଗୋଟିଏ ଦିନ ପରେ ଦିଲ୍ଲୀରେ ଶନିବାର ହାଲୁକା ବର୍ଷା ହୋଇଛି। ରାଜଧାନୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ପାଞ୍ଚ ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ଏବଂ ଦିଲ୍ଲୀର କିଛି ଅଂଶ ଜୁଲାଇ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ସହରର ଅନେକ ଅଂଶ ଜଳବନ୍ଦୀ ହୋଇ ରହିଛି ଏବଂ ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଘଟିଛି।ଦିଲ୍ଲୀରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ପିଲା ବର୍ଷା ଜଳ ଭର୍ତ୍ତି ଖାଲରେ ବୁଡ଼ି ଯାଇଥିବା ସୂଚନା ରହିିଛି।