୨୪ ବର୍ଷର ଏକ ପୁରୁଣା ମାନହାନି ମାମଲାରେ ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ତଥା ଜଣାଶୁଣା ସାମାଜିକ କର୍ମୀ ମେଧା ପାଟେକର(୬୯)ଙ୍କୁ ଶକ୍ତ ଝଟକା ଲାଗିଛି। ଏହି ମାଲାରେ ଦିଲ୍ଲୀ କୋର୍ଟ ରାୟ ପ୍ରକାଶ କରି ମେଧାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ ମାସ ଜେଲ୍ଦଣ୍ଡ ଓ ୧୦ ଲକ୍ଷଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।ତେବେ ଦଣ୍ଡାଦେଶ ବିରୋଧରେ ମେଧା ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ଜାମିନ ଆବେଦନର ପରବର୍ତ୍ତୀ ବିଚାର ପର୍ଯ୍ୟନ୍ତ, ଦଣ୍ଡାଦେଶ କାର୍ଯ୍ୟକାରୀ ଉପରେ ୩୦ ଦିନ ଯାଏଁ ରହିତାଦେଶ ଜାରି କରିଛନ୍ତି।