ଶିଶୁ ମାନଙ୍କ ଜନ୍ମରୁ ଛଅ ବର୍ଷ ବୟସ ପର୍ଯ୍ୟନ୍ତ ଶାରୀରିକ ଓ ବୌଦ୍ଧିକ ବିକାଶ ନିମନ୍ତେ ରହିଛି ଅଙ୍ଗନୱାଡ଼ିକେନ୍ଦ୍ର। କୁହାଯାଏ କୋମଳମତି ଶିଶୁଙ୍କ ଭବିଷ୍ୟତ ଅଙ୍ଗନୱାଡ଼ି କର୍ମୀଙ୍କ ହାତରେ। ଛୁଟି ବ୍ୟତୀତ ନିୟମିତ କେନ୍ଦ୍ର ଖୋଲାଯାଇ କୋମଳ ମତି ଶିଶୁଙ୍କ ପାଇଁ ଶାରୀରିକ ଓ ବୌଦ୍ଧିକ ବିକାଶ ହେବା ନେଇ ପ୍ରାକ-ଶିକ୍ଷା ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିଛନ୍ତି ସରକାର। ସରକାରଙ୍କ ସମନ୍ୱିତ ବିକାଶ ଯୋଜନାରେ ଶିଶୁ, ଯୁବତୀ, ମହିଳା ଓ ଅସହାୟ ମାନଙ୍କ ର ଉନ୍ନତି ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲି ତୃଣମୂଳ ସ୍ତରରୁ ଉନ୍ନତି କରିବା କଥା କିନ୍ତୁ ଅନେକ ସମୟରେ ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ସ୍ଥିତ ପ୍ରଧାନୀପଡ଼ା ଗାଁର ଅଙ୍ଗନୱାଡ଼ି କେନ୍ଦ୍ର ପ୍ରାୟ ସମୟରେ ବନ୍ଦ ରହୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ କୁ ନେଇଁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ସହିତ ଶିଶୁ ମାନଙ୍କ ଭବିଷ୍ୟତ ଗଢ଼ିବାରେ ଆଙ୍କୁଶ ଲାଗୁଛି ବୋଲି ମତ ପ୍ରକାଶ ପାଉଛି l ତେବେ ଏନେଇ ସମନ୍ୱିତ ଶିଶୁବିକାଶ ବିଭାଗର ସୁପର ଭାଇଜର ପଦ୍ମାବତୀ ପ୍ରଧାନୀ ଙ୍କୁ ପଚାରିବାରୁ ମୁଁ ସେ ବିଷୟରେ କିଛି ଜାଣି ନାହିଁ ମୁଁ ମିଟିଙ୍ଗ ଆସିଛି ମୋତେ କେହି କୌଣସି ପ୍ରକାର ଛୁଟି ଦରଖାସ୍ତ ଦେଇ ନାହାନ୍ତି ଏବଂ ଆଜି କୌଣସି ସରକାରୀ ଛୁଟି ମଧ୍ୟ ନାହିଁ ତେଣୁ ସେମାନେ ନିହାତି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲି ନିଜ ଦାଇତ୍ୱ ତୁଲାଇବା କଥା କିନ୍ତୁ ଆଜି କେନ୍ଦ୍ର ବନ୍ଦ ଥିବାରୁ ମୁଁ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି। ଏନେଇ ଆମେ ଉକ୍ତ କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିବାରୁ ମୋର ବ୍ୟକ୍ତିଗତ କାର୍ଯ୍ୟ ଥିବାରୁ ମୁଁ ବ୍ଲକ କାର୍ଯ୍ୟାଳୟକୁ ଆସିଛି ଏବଂ ପାଚିକା ମଧ୍ୟ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବ୍ଲକ କୁ ଆସିଛନ୍ତି ବୋଲି କହିଛନ୍ତି। ଏପଟେ ଯଦି ଅଙ୍ଗନୱାଡ଼ି କର୍ମୀଙ୍କ ଅନୁପସ୍ଥିତିରେ ପାଚିକା କେନ୍ଦ୍ର ଖୋଲିବା କଥା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉକ୍ତ କେନ୍ଦ୍ରଟି ନିୟମିତ ଖୋଲାଯାଉନଥିବା ବେଲେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହେଉଛି ।
Report:ଦିଲ୍ଲିପ କୁମାର ପଟ୍ଟନାୟକ,ଲାଞ୍ଜିଗଡ଼