ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ। ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି। ଏଥିପାଇଁ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି। ମାଉସୀ ମା’ଙ୍କ ପୂଜକ ବିଶ୍ବନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୋଡ଼ପିଠା ପ୍ରସ୍ତୁତି ବି ନିଆରା। ଏସମ୍ପର୍କରେ ଶ୍ରୀ ମିଶ୍ର କହିଛନ୍ତି, ପୋଡ଼ପିଠା ପ୍ରସ୍ତୁତ ପୂର୍ବରୁ ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ପରେ ସିଝିବାକୁ ଦିଆଯାଇଥାଏ। ପ୍ରାୟ ୮ ଘଣ୍ଟା ବାମ୍ବରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ। ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ।ପରେ ତିନି ଠାକୁରଙ୍କୁ ତିନିଟି କୁଡ଼ୁଆରେ ସମର୍ପଣ କରାଯାଇଥାଏ।