ବନ୍ଧା ହେଲା ୫ସ୍ତ୍ରୀଙ୍କ ସ୍ୱାମୀ । ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ। ଏପରି ଜଣେ ରସିକିଆ ଠକକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ରସିକିଆ ପ୍ରେମିକର ନାଁ ସତ୍ୟଜିତ ସାମଲ, ଘର ଯାଜପୁରରେ ବୋଲି ଜଣାପଡିଛି । ଗିରଫ ଲାଗି ପ୍ରେମିକା ସାଜିଥିଲେ ମହିଳା ପୋଲିସ । ଏକାଧିକ ଯୁବତୀଙ୍କୁ ବିବାହ କରି ଲୁଟୁଥିଲା ଟଙ୍କା । ମାଟ୍ରିମୋନିଆଲରେ ସମ୍ପର୍କ ତିଆରି କରି ବିବାହ ପାଇଁ ପ୍ରସ୍ତାବ ଦେଉଥିଲା । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା । ଲାଇନରେ ଥିଲେ ଆହୁରି ୪୯ ମହିଳା । ହେଲେ ଗୋଟିଏ ଭୁଲ ଫୋନ କଲ୍ ପୁରା ଖେଳକୁ ବିଗାଡି ଦେଲା । ଜଣେ ମହିଳା ପୋଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡିଥିଲା । ଆଉ ଧିରେ ଧିରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଧରାପଡିଯାଇଥିଲା ଛଦ୍ମବେଶୀ ଯୁବକ ।
ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରୁହେ ଓ ଅଭିଯୁକ୍ତ ଠାରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ସିଜ ହୋଇଛି, ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ସିଜ ହୋଇଛି।
ମହିଳାଙ୍କ ଶହ ସମ୍ପର୍କ ରଖି ଜଣେ ମହିଳାଙ୍କ ଠାରୁ ୩୬ ଲକ୍ଷ ଏବଂ ବାଲିନୋ କାର ନେଇଥିବା ବେଳେ, ଅନ୍ୟଜଣେ ମହିଳାଙ୍କ ଠାରୁ ୮ ଲକ୍ଷ ସହ ବୁଲେଟ ଗାଡ଼ି ନେଇଛନ୍ତି । ବିଧବା ମହିଳା, ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ। ପ୍ରଥମେ କଥାବାର୍ତ୍ତା ହେବା ପରେ ବିଭିନ୍ନ ଉପାୟରେ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗୁଥିଲା । ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ କରୁଥିଲା ଏବଂ ସେହି ଋଣ ଟଙ୍କାରେ ମଉଜ କରୁଥିଲା ଠକ ସତ୍ୟଜୀତ ସାମଲ।