ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ରୋମାଞ୍ଚକର ବିଜୟ । କ୍ୱାଟର୍ସରେ ଗ୍ରେଟ ବ୍ରିଟେନକୁ ସୁଟ ଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସର ସେମିରେ ପ୍ରବେଶ କରିଛି ଭାରତୀୟ ହକି ଟିମ। ୬୦ ମିନିଟର କଡ଼ା ସଂଘର୍ଷ ପରେ ସ୍ଥିତି ୧-୧ରେ ରହିବାରୁ ସୁଟ ଆଉଟ ହୋଇଥିଲା। ସୁଟ ଆଉଟ ଗୋଲ ବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ ଗୋଲକିପର ଶ୍ରୀଜେଶ । ଏହି ବିଜୟ ସହ ଭାରତ ଏବେ ସେମିଫାଇନାଲରେ ପ୍ରବେଶ କରିଛି ।
ସୁଟ ଆଉଟରେ ଭାରତ ୪-୨ରେ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ ଦ୍ୱିତୀୟ କ୍ୱାର୍ଟରରୁ ୧୦ ଜଣ ଖେଳାଳିଙ୍କୁ ନେଇ ଲଢ଼େଇ କରିଥିଲା।