ପଶ୍ଚିିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଣାଶୁଣା ଲେଖକ ବୁଦ୍ଧଦେବ ଭଟାଚାର୍ଯ୍ୟଙ୍କର ପରଲୋକ ହୋଇଛି । ସେ ଦୀର୍ଘ ସମୟ ଧରି ରୋଗରେ ପୀଡିତ ଥିଲେ । ବୁଦ୍ଧଦେବ କ୍ରମାଗତ ଭାବେ ୧୧ ବର୍ଷ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ୨୦୦୦ରୁ ୨୦୧୧ ମସିହା ଯାଏଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଦକ୍ଷିଣ କୋଲକତାର ବାଲିଗଞ୍ଜ ଅଞ୍ଚଳରେ ୨ ବଖରା ଏକ ଛୋଟ ସରକାରୀ ଆପାର୍ଟମେଣ୍ଟରେ ରହୁଥିଲେ । ତାଙ୍କ ବିୟୋଗରେ ସମଗ୍ର ଦେଶର ବାମପନ୍ଥୀ ଶିବିରରେ ନୁହେଁ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।